The Topmost

“The eyes believe themselves, the ears believe other people.”

ନେତାଙ୍କ କାରକେଡ ଧକ୍କାରେ ଜଣେ ମୃତ

ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କାର୍‌କେଡ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଅଘଟଣ ଗୁରୁବାର ରାତିରେ ପୂର୍ବ ମେଦିନାପୁର ଜିଲ୍ଲାର ଚାନ୍ଦିପୁରର ଜାତୀୟ ରାଜପଥ ଉପରେ ହୋଇଛି। ଦୁର୍ଘଟଣା ଘଟାଇ ବିରୋଧୀ ଦଳ ନେତାଙ୍କ କାର୍‌ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ତୁରନ୍ତ ଶୁଭେନ୍ଦୁ ଅଧିକାରୀଙ୍କ ଗିରଫ ଦାବି କରି ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ତେବେ ବିଜେପି ନେତାଙ୍କ ଗାଡ଼ି ଦୁର୍ଘଟଣା ଘଟାଇଥିଲା ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ବୋଲି ପୋଲିସ ସୂଚନା ଦେଇଛି । ମୃତକ ଏସକେ ଇସରାଫିଲ ବୋଲି ଜଣାପଡିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ ଏସକେ ରଫିଜୁଲଙ୍କ ସୂଚନା ଅନୁଯାୟୀ, ଚାନ୍ଦିପୁର ନିକଟରେ ଏସକେ ଇସରାଫିଲ ରାସ୍ତାର ଡାହାଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ବାମ ପଟରେ ଯାଉଥିବା କାର୍‌କେଡରୁ ଏକ କାର୍‌ ଦ୍ରୁତ ଗତିରେ ଡାହାଣ ପଟକୁ ଆସି ଇସରାଫିଲଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଇସରାଫିଲ ପଡ଼ିଯିବା ପରେ କାର୍‌ଟି ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।