ପୁଣି ହିଂସାରେ ଥରି ଉଠିଛି ମଣିପୁର । କିଛି ଦିନର ଶାନ୍ତ ସ୍ଥିତି ପରେ ପୁଣି ହିଂସାକାଣ୍ଡ,ପୋଡାଜଳା, ମାଡପିଟ୍ ଓ ଅଶାନ୍ତ ସ୍ଥିତି ସହ ଜଳୁଛି ଉତ୍ତରପୂର୍ବ ରାଜ୍ୟ । ମଣିପୁରରେ କାକାଚିଂଗ ଜିଲ୍ଲା ସେରୋ ଗାଁରେ ଉପବଦ୍ରବୀମାନେ ୧୦୦ ଘରେ ନିଆଁ ଲଗାଇଦେବା ପରେ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର । ସୂଚନା ଅନୁସାରେ ଉପଦ୍ରବୀମାନେ କେବଳ ନିରୀହ ଲୋକଙ୍କୁ ଆକ୍ରମଣ କରୁନାହାନ୍ତି ବଂର ଭୟଶୂନ୍ୟ ଭାବେ ସିଆରପିଏଫ ଯବାନଙ୍କ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି । ସେପଟେ ନେତା, ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବୀ । ସବୁଠୁ ଚିନ୍ତାର ବିଷୟ ହେଉଛି ରାଜ୍ୟ ଭିତରକୁ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚିପାରୁନି । ଜାତୀୟ ରାଜ୍ୟପଥରେ ଉପଦ୍ରବୀମାନେ ମାଲବୋଝେଇ ଟ୍ରକକୁ ରୋକିବା ଯୋଗୁଁ ବଜାରରେ ସାମଗ୍ରୀର ଅଭାବ ଦେଖାଯିବା ସହ କଳାବଜାରୀ ଆରମ୍ଭ ହୋଇଛି । ସେପଟେ ଟୁଇଟ କରି ଗୃହମନ୍ତ୍ରୀ ଅମିତ ଶାହା ରାସ୍ତା ଅବରୋଧ ହଟାଇବାକୁ ନିବେଦନ କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ