The Topmost

“The eyes believe themselves, the ears believe other people.”

ନୂପୁର ଶର୍ମାଙ୍କ ପାଇଁ ବଢୁଛି ଅଡୁଆ

ନୂପୁର ଶର୍ମାଙ୍କ ପାଇଁ ବଢୁଛି ଅଡୁଆ । ନୂପୁରଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ଜାରି କରିଛି କୋଲକାତା ପୋଲିସ । ପ୍ରଫେଟଙ୍କ ବିରୋଧରେ ନୂପୁର କଟୁ ମନ୍ତବ୍ୟ ଦେବାକୁ ନେଇ ତାଙ୍କ ବିରୋଧରେ ପୋଲିସ ଦୁଇ ଥର ନୋଟିସ୍ ପଠାଇଥିଲା । ମାତ୍ର ନୂପୁର ହାଜର ନ ହେବାରୁ ତାଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି । ବିବାଦୀୟ ବୟାନକୁ କେନ୍ଦ୍ର କରି ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଦେଖାଦେଇଥିବା ବେଳେ ଦୁଇଟି ହତ୍ୟାକାଣ୍ଡ ଘଟିଲାଣି । ଏନେଇ କୋଲକାତା ପୋଲିସ ନିକଟରେ ନୂପୁରଙ୍କ ବିରୋଧରେ ଦୁଇଟି FIR ରୁଜୁ ହୋଇଛି । ନର୍କେଲଡାଙ୍ଗା ପୋଲିସ ଷ୍ଟେସନରେ ଜୁନ ୨୦ ତାରିଖରେ ହାଜର ହେବା ଲାଗି ନୋଟିସ ଜାରି ହୋଇଥିଲା । ଏହା ସହ ଅମହରଷ୍ଟ ଥାନା ପକ୍ଷରୁ ମଧ୍ୟ ଜୁନ ୨୫ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯିବା ସତ୍ତ୍ବେ ନୂପୁର ହାଜର ହୋଇ ନଥିଲେ ।