ନୂଆ ରୂପ ନେଲା ବିଜୁ ପଟ୍ଟନାୟକ ଅନ୍ତର୍ଜତୀୟ ବିମାନ ବନ୍ଦର । ନୂଆବର୍ଷ ପୂର୍ବରୁ କାର୍ଯ୍ଯକରିବ ନୂଆ ଟର୍ମିନାଲ ଲିଙ୍କ ବିଲଡିଂ । ସିକ୍ୟୁରିଟି କ୍ଲିୟରାନ୍ସ ପାଇଁ ଆବେଦନ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । କ୍ଲିୟରାନ୍ସ ମିଳିବା ପରେ ପ୍ରସ୍ତୁତ ହେବ ଏସଓପି । ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ । ସିଆଇଏସଏଫ, କଷ୍ଟମ, ଏୟାରଲାଇନ୍ସ, ଇମିଗ୍ରେସନ ସହ କରାଯିବ ବୈଠକ । ବର୍ତ୍ତମାନ ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇଛି । ଖୁବଶୀଘ୍ର ସୁରଟ, ଡେରାଡୁନ, ଚଣ୍ଡିଗଡ, ଜମ୍ମୁକୁ ଉଡିବ ନୂଆ ବିମାନ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସୁରଟ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ବର ବିମାନ ବନ୍ଦର ସଂଯୋଗ କରିଛି ବୋଲି ସୂଚନା ଦେଇଛନ୍ତି ମିନା ବନ୍ଦର କର୍ତ୍ତୃପକ୍ଷ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା