ନୂଆ ସଂସଦରେ ରହିବ ରାଜଦଣ୍ଡ ସେଙ୍ଗୋଲ

ସଂସଦର ନୂଆ ବିଲଡିଂରେ ଇତିହାସର ପ୍ରତୀକ ରାଜଦଣ୍ଡ ସେଙ୍ଗୋଲକୁ ସ୍ଥାପିତ କରାଯିବ। ଏହା ବାଚସ୍ପତିଙ୍କ ଚୌକି ପାଖରେ ରହିବ। ବ୍ରିଟିଶରଙ୍କ ଠାରୁ କ୍ଷମତା ଆଣିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏହି ରାଜଦଣ୍ଡକୁ ବ୍ୟବହାର କରିଥିଲେ। ଇତିହାସ ପୃଷ୍ଠାକୁ ସ୍ମରଣୀୟ କରି ରଖିବା ପାଇଁ ସଂସଦର ନୂଆ ବିଲ୍‌ଡିଂରେ ରାଜଦଣ୍ଡକୁ ସ୍ଥାପିତ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂସଦର ନୂଆ ବିଲଡିଂ କାମରେ ନିୟୋଜିତ ହୋଇଥିବା ୬୦ ହଜାର ଶ୍ରମିକଙ୍କୁ ୨୮ ତାରିଖ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସମ୍ମାନୀତ କରିବେ। ଏହି ଅବସରରେ ଐତିହାସିକ ମୁହୂର୍ତ୍ତଗୁଡ଼ିକୁ ପୁଣି ତାଜା କରାଯିବ। ଐତିହାସିକ ପ୍ରତୀକ ସେଙ୍ଗୋଲକୁ ସଂସଦର ନୂଆ ବିଲଡିଂରେ ସ୍ଥାପିତ କରାଯିବ।

SHARE BY