The Topmost

“The eyes believe themselves, the ears believe other people.”

ନୂଆ ସଂସଦରୁ ବିଜୟ ଚୌକ ଯାଏଁ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ

ସଂସଦରୁ ସାଂସଦଙ୍କ ନିଲମ୍ବନକୁ ପ୍ରତିବାଦ । ଆଜି ନୂଆ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ପ୍ରତିବାଦ ରାଲି କରିବେ ଇଣ୍ଡିଆ ମେଣ୍ଟର ସାଂସଦ । ଆଜି ଯାଏଁ ୧୪୩ ଜଣ ସାଂସଦ ହୋଇ ସାରିଲେଣି ନିଲମ୍ବନ । ପ୍ରତିବାଦ ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକ ବସିବ । ଇଣ୍ଡିଆ ମେଣ୍ଟର ସାଂସଦ ମାନେ ରଣନୀତି ପ୍ରସ୍ତୁତ କରିବେ । ଗତ ଡିସେମ୍ବର ୧୩ରେ ସଂସଦ ଭିତରେ ଓ ବାହାରେ ଯେପରି ନିରାପତ୍ତା ତ୍ରୁଟି ହୋଇଥିଲା ସେନେଇ ବିରୋଧୀ ଦଳ ସାଂସଦମାନେ ଗୃହମନ୍ତ୍ରୀଙ୍କ ବିବୃତି ଚାହିଁଥିଲେ । ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରି ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ । ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସାଂସଦମାନଙ୍କୁ ସସପେଣ୍ଡ କରାଯାଉଛି ବୋଲି କଂଗ୍ରେସ କହିଛି । ସାଂସଦଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିବସଗୁଡିକରୁ ସସପେଣ୍ଡ କରାଯିବା ଦୁର୍ଭାଗ୍ୟଜନକ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଏହି ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯିବ ।

SHARE BY