ନୂଆ ରୂପରେ ରାଜଧାନୀ ଏକ୍ସପ୍ରେସ । ରାଜଧାନୀରୁ ନୂଆଦିଲ୍ଲୀକୁ ଗଡ଼ିଲା ତେଜସ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି । ତେଜସରେ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସୁବିଧା ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ଆଭ୍ୟନ୍ତରୀଣ ସାଜସଜ୍ଜା ରହିଛି । ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ରହିଛି ସ୍ମାର୍ଟ ସ୍ଲିପର କୋଚ୍ । ଅନ୍ୟ ଟ୍ରେନ ଅପେକ୍ଷା ତେଜସରେ ଯାତ୍ରୀ ବସିଥିବା ସିଟ୍ ଚଉଡ଼ା ରହିଛି । ଅତ୍ୟାଧୁନିକ ଏହି ଟ୍ରେନ ଘଂଟାକୁ ୧୬୦ କି.ମି ବେଗରେ ଗତି କରିପାରିବ । ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ତେଜସର ଯାତ୍ରା ସମୟରେ ମାତ୍ର ୧୩ଟି ଷ୍ଟେସନରେ ଅଟକିବ ବୋଲି ସୂଚନା ମିଳିଛି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ