ଧଉଳିର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏଣିକି ନୂଆ ରୂପ ପାଇବ ଧଉଳି ସ୍ତୁପ । ଖୁବଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ ଶେଷ ହେବା ପରେ କାର୍ଯ୍ୟ ଆରମ୍ଭ ହେବ । ଏନେଇ ଗୃହରେ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନି ପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଧଉଳି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । ବିଧାନସଭାର ପ୍ରଶ୍ନକାଳରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ସୂଚନା । ଧଉଳି, ବିନ୍ଦୁ ସାଗର ଓ କେଦାର ଗୌରୀର ବିକାଶ ନେଇ ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ ଉଠାଇଥିଲେ । ଯାହାର ଉତ୍ତରରେ ମନ୍ତ୍ରୀ ଏହି କଥା କହିଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍