ନୂଆ ବର୍ଷରେ ରାଜ୍ୟକୁ ମିଳିବ ନୂଆ ପୁଲିସ ମହାନିର୍ଦ୍ଦେଶକ । ବର୍ତମାନର ଡିଜିପି ସୁନୀଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖରେ ସୁନୀଲ ବଂଶଲ ଅବସର ଗ୍ରହଣ କରିବେ । ଏହା ପରେ ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇିଛି । ନୂଆ ଡିଜିପି ପାଇଁ ରାଜ୍ୟ ସରକାର, ୟୁପିଏସସିକୁ ୭ ଜଣ ଆଇପିଏସଙ୍କ ନାଁ ସୁପାରିଶ କରିଛନ୍ତି । ଏହି ଆଇପିଏସ ଅଫିସର ହେଲେ ଅରୁଣ ରାୟ, ଏ.ଏମ.ପ୍ରସାଦ, ବି.ରାଧିକା, ଏସ.ଏମ.ନରବଣେ, ୱାଇ.ବି.ଖୁରାନିଆ , ସୁଧାଂଶୁ ଷଡଙ୍ଗୀ ଓ ଅରୁଣ ଷଡଙ୍ଗୀ । ଏମାନଙ୍କ ମଧ୍ୟରୁ କିଛି ଆଇପିଏସ , ୟୁପିଏସସିର ସର୍ତ୍ତାବଳୀ ପୂରଣ କରୁନାହାନ୍ତି । ତେଣୁ ପରବର୍ତୀ ପୁଲିସ ଡିଜି ଭାବେ ୟୁପିଏସସି ଯେଉଁ ଆଇପିଏସଙ୍କ ତାଲିକା ପଠାଇବେ ସେଥିମଧ୍ୟରୁ ଜଣକୁ ଡିଜିପି ଭାବେ ଚୟନ କରିବେ ରାଜ୍ୟ ସରକାର ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା