ନୂଆ ବର୍ଷରେ ନନ୍ଦନକାନନ ଆସିବେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଦୁବାଇ ନ୍ୟାସନାଲ ପାର୍କରୁ ଏକ ହଳ ଚିତାବାଘ ଅଣାଯିବା ଲାଗି ଯୋଜନା ହୋଇଛି । ଜାନୁଆରୀରୁ ଫେବ୍ରୁଆରି ମାସ ମଧ୍ୟରେ ଚିତାବାଘ ଆଣିବା ଲାଗି ନିଷ୍ପତ୍ତି ହୋଇଛି । ଚିତାବାଘ ହେଉଛି ବିଶ୍ୱର ସବୁଠୁ ଦ୍ରୁତଗାମୀ ଜୀବ । ଘଂଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ଚିତାବାଘ ଦୌଡ଼ିପାରେ । ସେହିଭଳି ପୁନେ ଚିଡ଼ିଆଖାନାରୁ ନନ୍ଦନକାନନକୁ ଜିରାଫ ଆଣିବା ଲାଗି ଯୋଜନା ଚାଲିଥିବା ସୂଚନା ମିଳିଛି । ୨୦୧୨ ମସିହାରେ ସେପ୍ଟେମ୍ବର ୧୧ ତାରିଖରେ ପାଟନାରୁ ଅଣାଯାଇଥିବା ଏକମାତ୍ର ଜିରାଫ ଖୁସି ଏବେ ନନ୍ଦନକାନନରେ ଅଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା