ଶୀତଋତୁ ଆଗମନରେ ଚିଲିକା ନୀଳ ଜଳରାଶିରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ । ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପଇଁ ୨୧ଟି ଟିମ ଗଠନ କରାଯାଇଛି । ଏଥିସହ ମୋବାଇଲ ଟିମ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ । ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ । ପକ୍ଷୀ ସୁରକ୍ଷା ଦିଗରେ ତିଖ୍ନ ନଜର ରଖିଛି ବନ ବିଭାଗ । ଅକ୍ଟୋବର ମାସରେ ହିଁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ସୁଦୁର କାଶ୍ମୀରିର ଲଦାକରୁ ଗ୍ଲସି ଆଇବିସ, ଉପନ ବିଲିଷ୍ଟର୍କ, ଗ୍ରହେରନ, ଉ ଗ୍ରେଡ, ଷ୍ପଟ ବିଲ ଡଗ ପକ୍ଷୀ ପହଞ୍ଚି ଥିବା ବନ ବିବାଗ ତରଫରୁ ସୂଚନା ମିଳିଛି । ଚିଲିକାକୁ ପକ୍ଷୀମାନଙ୍କ ଆସିବାଖବର ପାଇ ବନ ବିଭାଗ ତାରସମସ୍ତ ପ୍ରସ୍ତୁତି ଆରମ୍ଭ କରି ସାରିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା