ପୁଣି ତେଜୁଛି ନୀତୀଶ କୁମାର ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଚାଲିଥିବା ବିବାଦ । ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଶାନ୍ତ କିଶୋରଙ୍କ ବଡ ବୟାନ । ନୀତୀଶ କୁମାର ବିଜେପିଠୁ ଅଲଗା ହୋଇ ଆରଜେଡି ସହ ମିଶି ସରକାର ଗଠନ କରିଥିଲେ । କିନ୍ତୁ ଏବେବି ନୀତୀଶ ବିଜେପି ସହ ଯୋଗାଯୋଗରେ ଥିବା କହିଛନ୍ତି ପ୍ରଶାନ୍ତ କିଶୋର । ବିଜେପି ସହ ପୁଣି ଥରେ ହାତ ମିଲାଇବାକୁ ନୀତୀଶ ବ୍ୟାକୁଳ ଅଛନ୍ତି । ଯଦି ସେମିତି ପରିସ୍ଥିତି ଉପୁଜିବ ତେବେ ପୁଣି ସେ ବିଜେପି ସହ ହାତ ମିଳାଇବେ ବୋଲି ପ୍ରଶାନ୍ତ କହିଛନ୍ତି । ନୀତୀଶ ସକ୍ରୀୟ ଭାବେ ଜାତୀୟ ସ୍ତରରେ ମେଂଟ ଗଠନ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଯେଉଁମାନେ ଭାବୁଛନ୍ତି ତାହା ଭୁଲ । ସେ ଦଳର ସାଂସଦ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ମାଧ୍ୟମରେ ବିଜେପି ସହ ସମ୍ପର୍କରେ ରହିବା ସହ ସାଲିସ ପାଇଁ ଉଦ୍ୟମ କରୁଥିବା କହିଛନ୍ତି ପ୍ରଶାନ୍ତ । ଜେଡିୟୁ, ବିଜେପି ସମ୍ପର୍କ ଛିନ୍ନ ହୋଇଥିଲେ ବି ଏହି କାରଣ ପାଇଁ ହରିବଂଶଙ୍କୁ ରାଜ୍ୟସଭାର ଇସ୍ତଫା ଦେବାକୁ କୁହାଯାଇନାହିଁ ବୋଲି ସେ କହିଛନ୍ତି । ଯାହା ଉପରେ ନୀତୀଶ କୁମାର ଅବା ଜେଡିୟୁ ପକ୍ଷରୁ କୌଣସି ପ୍ରତ୍ରିକ୍ରିୟା ଆସିନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ