ଦେବାଳିଆ ହୋଇସାରିଲାଣି ପାକିସ୍ତାନ । ଆଉ ନିୟନ୍ତ୍ରଣରେ ନାହିଁ ପାକିସ୍ତାନର ଆର୍ଥିକ ସ୍ଥିତି । ବନ୍ଦ ହୋଇଗଲାଣି ପାକିସ୍ତାନର ବିଭିନ୍ନ ଫାକ୍ଟ୍ରି । ଦରମା ମିଳୁନଥିବାରୁ କାମକୁ ଯାଉନାହାନ୍ତି କର୍ମଚାରୀ । ଏଥିପାଇଁ ସରକାର, ଅମଲା ଓ ରାଜନେତାମାନେ ଦାୟୀ ବୋଲି ପାକିସ୍ତାନର ଜଣେ ମନ୍ତ୍ରୀ କହିଛନ୍ତି । ପାକିସ୍ତାନ ସମସ୍ୟାର ସମାଧାନ ଆଇଏମଏଫ ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାଖରେ ନାହିଁ ବୋଲି ସେ କହିଛନ୍ତି । ତେବେ ଏସବୁ ଭିତରେ ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କା । ପେଟ୍ରୋଲ ଲିଟର ୨୭୨କୁ ଡିଜେଲ୍ ୨୮୦ ଟଙ୍କା । ମୁଦ୍ରାସ୍ପୀତି ଚଳିତ ସପ୍ତାହରେ ପ୍ରାୟ ୪୦ ପ୍ରତିଶତକୁ ବଢ଼ିଛି । ୧ ଡଲାରର ବିନିମୟ ମୂଲ୍ୟ ପ୍ରାୟ ୨୬୩ ପାକିସ୍ତାନୀ ଟଙ୍କା ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ