ରାଷ୍ଟ୍ରପତିଙ୍କ ପାଦ ଛୁଇଁ ନିଲମ୍ବିତ ହେଲେ ସରକାରୀ ଇଂଜିନିୟର । ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇଥିଲେ । ବିମାନ ବନ୍ଦରରେ ରାଷ୍ଟ୍ରପତି ହେଲିକପ୍ଟରରୁ ଓହ୍ଲାଇ ଆସୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗର ଜଣେ ସରକାରୀ ମହିଳା ଇଞ୍ଜିନିୟର ରାଷ୍ଟ୍ରପତିଙ୍କ ପାଦ ଛୁଇଁ ନମସ୍କାର କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ହୋଇଥିବା ଗୃହମନ୍ତ୍ରାଳୟ ରିପୋର୍ଟ ମାଗିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ରାଜ୍ୟ ସରକାର ଜୁନିୟର ଇଞ୍ଜିନିୟର ଆମ୍ବା ସିଓଲଙ୍କୁ ନିଲମ୍ବିତ କରିଛନ୍ତି । ରାଷ୍ଟ୍ରପତି ଯେଉଁ କାର୍ଯ୍ୟକ୍ରମକୁ ଯାଇଥିଲେ ସେଠାରେ କାର୍ଯ୍ୟରତ ଥିଲେ ଇଞ୍ଜିନିୟର । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ଯାଇଥିବା ଅଧିକାରୀଙ୍କ ସହ ବିମାନବନ୍ଦର ଯାଇଥିଲେ ଆମ୍ବା ସିଓଲ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ