ଅଧପନ୍ତରିଆ ହୋଇ ପଡିରହିଛି ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ । ତେବେ ଏଥିରେ ବାଧା ସାଜିଛି ଋଷ-ୟୁକ୍ରେନ ଯୁଦ୍ଧ । ଚଳିତ ଥର ସଂସଦର ଶୀତ ଅଧିବେଶନ ନୂଆ ସଂସଦ ଭବନରେ ହେବାର ସମ୍ଭାବନା ନାହିଁ । ଲଗାତର ୨୪ ଘଣ୍ଟା କାମ ଜାରିରହିବା ପରେ ସଂସଦର ନିର୍ମାଣ କାମରେ ବିଳମ୍ବ ହୋଇଛି । ସୂଚନା ଅନୁସାରେ ନୂଆ ସଂସଦ ଭବନର ୱାଏରିଂ ଏବଂ ଦୃଶ୍ୟଶ୍ରାବ୍ୟ ସମ୍ବନ୍ଧୀୟ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ । ନୂଆ ସଂସଦ ଭବନରେ ଦୃଶ୍ୟଶ୍ରାବ୍ୟର ଅନେକ ଉପକରଣ ୟୁକ୍ରେନରୁ ଆସିବାର ଥିଲା । ଋଷ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ଏହା ସମୟରେ ଆସିପାରିନାହିଁ । ନୂଆ ସଂସଦ ଭବନର କାର୍ଯ୍ୟର ଅନେକ ଅଂଶ ସମ୍ପୂର୍ଣ୍ଣ ହୋଇସାରିଛି । ତେବେ ଫ୍ଲୋରିଂ ଏବଂ ଇଣ୍ଟେରିଅର କାମ ଜାରିରହିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ