The Topmost

“The eyes believe themselves, the ears believe other people.”

ନିର୍ଦ୍ଦୋଷରେ ଖଲାସ ହେଲେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ

୨୦୦୯ ଡବଲ ମର୍ଡର କେସ ମାମଲା । ମୁମ୍ବାଇର ଏକ ସ୍ଵତନ୍ତ୍ର ସିବିଆଇ ଅଦାଲତ ୨୦୦୯ ଡବଲ ମର୍ଡର କେସରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଏବଂ ଅନ୍ୟ ତିନି ଜଣଙ୍କୁ  ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସ୍ଵତନ୍ତ୍ର ବିଚାରପତି ଏଏମ ପାଟିଲ ପ୍ରମାଣ ଅଭାବରେ ଅଭିଯୁକ୍ତମାନଙ୍କୁ ମୁକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଅଭିଯୋଗକାରୀ ପକ୍ଷ ଅଭିଯୋଗକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି । ମାମଲାରେ ଯେଉଁମାନଙ୍କୁ ମୁକ୍ତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଛୋଟା ରାଜନ ସହିତ ମହମ୍ମଦ ଅଲି ଶେଖ, ଉମେଦ ଶେଖ ଏବଂ ପ୍ରଣୟ ରୟ ।