The Topmost

“The eyes believe themselves, the ears believe other people.”

ନିଯୁକ୍ତି ପାଇବେ ୧୧ ହଜାର ୪୦୩ ଶିକ୍ଷକ

ମାଧ୍ୟମିକ ସ୍କୁଲ ଶିକ୍ଷକ ନିଯୁକ୍ତି ମାମଲା । ସମସ୍ତ ମାମଲା ଖାରଜ କଲେ ହାଇକୋର୍ଟ । ଏବେ ରାଜ୍ୟରେ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟରେ ଖାଲି ପଡିଥିବା ୧୧ ହଜାର ୪୦୩ ଜଣ ଶିକ୍ଷକ ନିଯୁକ୍ତି ପାଇବାର ବାଟ ଫିଟିଛି । ପୂର୍ବରୁ ଚୟନ ପ୍ରକ୍ରିୟାରେ ଯୋଗ୍ୟ ଶିକ୍ଷକଙ୍କ ମେରିଟ୍ ଲିଷ୍ଟ ପ୍ରକାଶ ପାଇ ସାରିଥିଲା । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ପରେ କୋର୍ଟ ମେ ୧୯ରେ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଲଗାଇଥିଲେ । ତେବେ ଗୁରୁବାର ଏହି ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରି ସମସ୍ତ ରହିତାଦେଶ ହଟାଇ ଦେଇଛନ୍ତି । ଏଥିସହ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ନିୟମ ଅନୁସାରେ ପୂର୍ବବର୍ଷ ଖାଲି ରହିଥିବା ପଦବୀର ସଂରକ୍ଷଣ ସେହି ବର୍ଷ ଆଧାରରେ ରାଜ୍ୟ ସରକାର ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ କରିପାରିବେ । ତେଣୁ ଏହି ପଦବୀ ପୂରଣ ବେଳେ ୫୦ ପ୍ରତିଶତ ସଂରକ୍ଷଣ ନିୟମରେ ଉଲ୍ଲଙ୍ଘନ ହୋଇନି ବୋଲି କୋର୍ଟ କହିଛନ୍ତି ।