The Topmost

“The eyes believe themselves, the ears believe other people.”

ନିଜ ଦେଶକୁ ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ

ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ଜୁଲାଇରେ ଆର୍ଥିକ ସ୍ଥିତି ଭୁଶୁଡିବା ପରେ ସେ ଦେଶ ଛାଡି ପଳାଇଥିଲେ । ତେବେ ପ୍ରାୟ ୭ ସପ୍ତାହ ପରେ ଗତକାଲି ସେ ନିଜ ଦେଶକୁ ଫେରିଛନ୍ତି । ଜୁଲାଇରେ ଆର୍ଥିକ ସଙ୍କଟ କାରଣରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋଟାବାୟା । ପରେ ସ୍ଥିତି ଅଣାୟତ ହେଉଥିବା ଦେଖି କିଛି ଦିନ ଲୁଚି ରହିଥିଲେ ଗୋଟାବାୟା । ଶେଷରେ ପରିବାର ସହ ଦେଶ ଛାଡି ପଳାଇଥିଲେ । ଗୋଟାବାୟା ବିମାନବନ୍ଦରରେ ଅବତରଣ କରିବାପରେ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ । ତେବେ ବିମାନ ବନ୍ଦର ଅଧିକାରୀ କହିଛନ୍ତି ଯେ ୭୩ ବର୍ଷୀୟ ନେତା ସିଙ୍ଗାପୁରରୁ ଭାୟା ବ୍ୟାଙ୍କକ ଦେଇ ଶ୍ରୀଲଙ୍କା ଫେରିଛନ୍ତି ।

SHARE BY