The Topmost

“The eyes believe themselves, the ears believe other people.”

ନାଭିରେ ପ୍ରତିଦିନ ଲଗାନ୍ତୁ ମହୁ, ରହିବନି ଏହି ସବୁ ସମସ୍ୟା

ଭାରତରେ ମହୁର ଚାହିଦା ଅଧିକ ରହିଛି। ଅନେକ ଲୋକ ବି ମହୁକୁ ବିଭନ୍ନ ଶୈଳୀରେ ବ୍ୟବହାର କରିଥାଆନ୍ତି। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଥାଏ। ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏହା ଅନେକ ରୋଗର ମୁକାବିଲା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ |

ମହୁର ସ୍ୱାଦ ଆମ ସମସ୍ତଙ୍କୁ ଭଲ ଲାଗିଥାଏ, କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆୟୁର୍ବେଦରେ ମହୁକୁ ଅନେକ ରୋଗ ପାଇଁ ରାମବାଣ ବିବେଚନା କରାଯାଏ । ଏହି କାରଣରୁ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ନାଭିରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥାଆନ୍ତି।

ଆଜିକାଲିର ବ୍ୟସ୍ତବହୁତ ଜୀବନରେ ଆମେ ପ୍ରାୟତଃ ଆମ ଚର୍ମର ବିଶେଷ ଯତ୍ନ ନେବାକୁ ସମୟ ପାଉନାହାନ୍ତି, ଯେଉଁ କାରଣରୁ ଚର୍ମରେ ଶୁଷ୍କତା ଦେଖା ଦେଉଛି। ଯଦି ଆପଣ ପ୍ରତିଦିନ ନାଭିରେ ମହୁ ଲଗାନ୍ତି, ତେବେ କିଛି ଦିନ ମଧ୍ୟରେ ଚର୍ମ କୋମଳ ହୋଇଯିବା ସହିତ ଚର୍ମରେ ଚମକ ମଧ୍ୟ ଦେଖାଯିବ, କାରଣ ମହୁ ଏକ ମଶ୍ଚରାଇଜର ଭାବରେ କାମ କରିଥାଏ |

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମହୁକୁ ବ୍ୟବହାର କରାଯାଇଥାଏ। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମହୁ ଏବଂ ଅଦା ପେଷ୍ଟ ମିଶ୍ରଣ କରି ଏହାକୁ ନାଭି ଉପରେ ଏବଂ ତାହାର ଚାରିପାଖରେ ଲଗାଇ ଦିଅନ୍ତୁ। ଦେଖିବେ କିଛି ସମୟ ପରେ ଆରମ ଲାଗିବ।

SHARE BY