The Topmost

“The eyes believe themselves, the ears believe other people.”

ନାଗରିକଙ୍କୁ ମିଳିବ ଇ-ପାସପୋର୍ଟ

ନାଗରିକଙ୍କୁ ମିଳିବ ନୂଆ ଇ-ପାସପୋର୍ଟ । ପାସପୋର୍ଟ ସେବା ୨ ପଏଣ୍ଟ ଜିରୋ ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଏବଂ ଆଧୁନିକ ପାସପୋର୍ଟ ମିଳିବ । ପାସପୋର୍ଟ ସେବା ଦିବସ ଅବସରରେ ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଘୋଷଣା କରିଛନ୍ତି । ଦେଶ ଏବଂ ବିଦେଶରେ ପାସପୋର୍ଟ ସେବା ପ୍ରଦାନ କାର୍ଯ୍ୟରେ ଜଡିତ ଅଧିକାରୀମାନେ ସମୟ ଅନୁଯାୟୀ ବିଶ୍ୱସନୀୟ ଏବଂ ପାରଦର୍ଶିତାର ସହିତ ଆଧୁନିକ ପାସପୋର୍ଟ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ଆହ୍ୱାନ କରିଛନ୍ତି । ଭାରତରେ ଶୀଘ୍ର ପାସପୋର୍ଟ ସେବା କାର୍ଯ୍ୟକ୍ରମର ଦ୍ୱିତୀୟ ଭର୍ସନ ଆରମ୍ଭ ହେବ ବୋଲି ସେ କହିଛନ୍ତି । ନାଗରିକଙ୍କ ସହ ସହଜ ଜୀବନଯାପନ ନେଇ ‘ଇଏଏସ୍ଇ’ ଆରମ୍ଭ ହେବ । ‘ଇ’ରେ ଡିଜିଟାଲ ଇକୋସିଷ୍ଟମ, ’ ଏ’ରେ ଆର୍ଟିଫିସିଆଲ ଇଂଟିଲିଜେନ୍ସ, ‘ଏସ୍’ରେ ଚିପ୍ ସିଷ୍ଟମ ଇ-ପାସପୋର୍ଟ ଏବଂ ‘ଇ’ରେ ଉଚ୍ଚମାନର ଡାଟା ସୁରକ୍ଷା ଉପରେ ପାସପୋର୍ଟ ତିଆରି କରାଯିବ । ମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଅରିନ୍ଦମ ବାଗଚୀ ଟ୍ୱିଟ୍ କରିଛନ୍ତି ।