ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ କରିବେ ଭୋଟର । ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ସରିଛି । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ସରିବ ନିର୍ବାଚନ ପ୍ରଚାର । ଉପନିର୍ବାଚନରେ ପୁଲିଙ୍ଗ ଅଧିକାରୀ ରହିବେ । ଏହାସହ ଭୋଟ ବେଳେ 50 ପ୍ରତିଶତ ବୁଥରେ ୱେବକାଷ୍ଟ ହେବ । ଏଥିପାଇଁ ଦୁଇ ଜଣ ସେଣ୍ଟ୍ରାଲ ଅବଜରଭର ଆସି ସାରିଛନ୍ତି । ଏନେଇ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି । ୧୦ପ୍ଲାଟୁନ ଷ୍ଟେଟ୍ ପୋଲିସ ଫୋର୍ସ ମୁତୟନ ହେବେ । ପୋଷ୍ଟାଲ ବାଲାଟ ବ୍ୟବସ୍ଥା ହୋଇଛି । ୪୯୬ ପୋଷ୍ଟାଲ ବାଲାଟ ସଂଗ୍ରହ ହୋଇଛି । 106ଟି ସମ୍ବେଦନଶୀଳ ବୁଥ ଥିବାରୁ ସେଥିପ୍ରତି ନଜର ରଖାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା