Mahua Moitra

ନବରାତ୍ରୀରେ ମିଟ୍‌ ବ୍ୟାନ୍‌ ଘଟଣାକୁ ନେଇ ଘନଉଛି ବିବାଦ

ନବରାତ୍ରୀ ସମୟରେ ଆମିଷ ଅଥବା ସାଉଥ୍‌ ଦିଲ୍ଲୀରେ ଉଠିଥିବା ମିଟ୍‌ ବ୍ୟାନ୍‌ ରୋ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଟିଏମସି ଏମପି ମହୁଆ ମୋଇତ୍ରୀ । ତାଙ୍କ କହିବା ଅନୁସାରେ ସମ୍ବିଧାନ ତାଙ୍କୁ ଯେକୌଣସି ସମୟରେ ଓ ଯୋଉ ପରିସ୍ଥିତିରେ ଖାଦ୍ୟ ଖାଇବାର ଅନୁମତି ଦେଇଛନ୍ତି । ସେ ଆମିଷ ହେଉ ଅବା ନିରାମିଷ ସେ ତାଙ୍କ ମନ ପସନ୍ଦର ସବୁ ଜିନିଷ ଖାଇପାରିବେ । ଠିକ୍‌ ସେହିପରି ନିଜ ଦୋକାନରେ ଜଣେ ଆଇନଗତ ଭାବରେ କିଛି ବି ବିକ୍ରି କରିପାରିବ । କେହି ବି ତାଙ୍କୁ ନିଜ ବେପାର ନଚଲେଇବା ପାଇଁ ବାଧ୍ୟ କରିପାରିବେ ନାହିଁ । ସାଉଥ୍‌ ମେୟରଙ୍କ ପରେ ଏବେ ଇଷ୍ଟ୍‌ ମେୟର ମଧ୍ୟ ସମାନ ପାଳି ଧରିଥିବା ସେ କହିଛନ୍ତି । ତେବେ ଏହି ମିଟ୍‌ ବ୍ୟାନ୍‌ ଘଟଣାଟି ଏତେ ବ୍ୟାପକ ହେଲାଣି ଯେ ଏହାକୁ ନେଇ ରାଜନୈତିକ କଣ୍ଟ୍ରୋଭର୍ସି ମଧ୍ୟ ଦେଖା ଦେଲାଣି । ଏହି ଘଟଣାରେ ନ୍ୟାସନାଲ୍‌ କନଫରେନ୍ସ ଲିଡର ଓମାର ଅବଦୁଲ୍ଲା ମଧ୍ୟ ନିଜ ମତ ରଖି କହିଛନ୍ତି ଯେ ଯଦି ଏହା ସମ୍ଭବ ତେବେ ରମଜାନ୍‌ ସମୟରେ ସମସ୍ତ କାଶ୍ମୀରୀ ଲୋକଙ୍କୁ ଜନଗହଳିରେ ଖାଇବା ସମ୍ପୂୂର୍ଣ ବନ୍ଦ କରିଦେବା କଥା ।

http://thetopmost.in/?p=1113

http://thetopmost.in/?p=1108

http://thetopmost.in/?p=1102

http://thetopmost.in/?p=1097

https://twitter.com/MahuaMoitra/status/1511532385137213450?ref_src=twsrc%5Etfw

ଯଦି ଏହା ଠିକ୍‌ ତେବେ ଏପରି ଅମାନବୀୟ ଘଟଣାକୁ ବି ମଞ୍ଜୁରୀ ମିଳୁ । ଏହା ସହିତ ଦିଲ୍ଲୀ ବିଜେପି ଏମପି ପରଭେସ୍‌ ସାହିବ୍‌ ବର୍ମା ଓ କଂଗ୍ରେସ ନେତା ସଲମାନ୍‌ ନଜାମୀ ମଧ୍ୟ ଏହି ଘଟଣାକୁ ନେଇ ନିଜର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ବିଶେଷ ଚର୍ଚ୍ଚା ହେଉଥିବା ସୂଚନା ରହିଛି ।

SHARE BY