ନନ୍ଦିନୀ ଗୁପ୍ତା ଫେମିନା ମିସ୍ ଇଣ୍ଡିଆ-2023

ନନ୍ଦିନୀ ଗୁପ୍ତା ଚଳିତ ବର୍ଷର ଫେମିନା ମିସ୍ ଇଣ୍ଡିଆ ୨୦୨୩ରେ ମୁକୁଟ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ମଣିପୁରର ଥୌନାଓଜାମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି। ନନ୍ଦିନୀ ରାଜସ୍ଥାନର କୋଟା ବାସିନ୍ଦା ଅଟନ୍ତି। ସେ ବିଜିନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ଏହା ସହ ସେ ଦେଶର ୫୯ ତମ ମିସ ଇଣ୍ଡିଆ ହୋଇଛନ୍ତି। ଫେମିନା ମିସ୍ ଇଣ୍ଡିଆ ୨୦୨୩ର ଗ୍ରାଣ୍ଡ ଫିନାଲ୍ ମଣିପୁରର ଇମ୍ଫାଲ୍‌ରେ ଅନୁଷ୍ଠିତ ହୋଇଥିଲା। ନନ୍ଦିନୀଙ୍କ ବିଜୟ ପରେ ପୂର୍ବତନ ମିସ୍ ଇଣ୍ଡିଆ ସିନି ଶେଟ୍ଟୀ ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୨୦୨୨ର ବିଜେତା ହୋଇଥିଲେ। ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଅନନ୍ୟା ପାଣ୍ତେ। ସେହିପରି ଭୂମ ପେଡନେକର ଏବଂ ମନୀଷ ପଲଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା।

SHARE BY