ବାରଙ୍ଗ: ମାର୍ଚ୍ଚ ୦୯: ନନ୍ଦନକାନନ ପାଚିରୀ ଭାଙ୍ଗି ପଶିଲେ ଦୁଇ ଜଙ୍ଗଲୀ ହାତୀ । ଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନକାନନ ଭିତରେ ପଶିଛନ୍ତି । ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି । ବୁଧବାର ସକାଳ ଠାରୁ ନନ୍ଦନକାନନ ଭିତରକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । କୌଣସି ଲୋକଙ୍କୁ ନନ୍ଦନକାନନ ଭିତରକୁ ଛଡାଯାଉନାହିଁ । ଦୁଇଟି ଜଙ୍ଗଲୀ ହାତୀକୁ କିପରି ନନ୍ଦନକାନନ ଭିତରୁ ବାହାର କରାଯିବ, ସେନେଇ ଯୋଜନା କରୁଛନ୍ତି କର୍ତ୍ତୃପକ୍ଷ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍