ନଡ଼ିଆକୁ ଆମେ ଶ୍ରୀଫଳ ବୋଲି କହିଥାଉ। ଧାର୍ମିକ ଭାବେ ଶ୍ରୀଫଳ ବୋଲି କୁହାଯାଉଥିବା ଏହି ଫଳରେ ରହିଛି ଅନେକ ବୈଜ୍ଞାନିକ ଗୁଣ। ଓଜନ ହ୍ରାସରୁ ନେଇ ଉତ୍ତମ ହଜମ ପ୍ରକ୍ରିୟା ପର୍ଯ୍ୟନ୍ତ ସବୁ କିଛି ସୁଧୁରିଯାଏ ଏହି ଫଳକୁ ଖାଇବା ଦ୍ବାରା। ଏହି ଫଳକୁ ଖାଇବା ପାଇଁ କୌଣସି ଋତୁର ଆବଶ୍ୟକ ନଥାଏ। ଏହା ଏକ ସର୍ବକାଳୀନ ଫଳ। ଆପଣ ନଡ଼ିଆକୁ ବର୍ଷା, ଶୀତ, ଗ୍ରୀଷ୍ମ ସବୁ ଋତୁରେ ଖାଇପାରିବେ। ଏହାର ବିଶେଷତ୍ବ ହେଉଛି ଏହା ସବୁ ଋତୁରେ ଉପଲବ୍ଧ ହୋଇଥାଏ।
ଗୋଟାଏ ଫଳ, ହେଲେ ଏହାକୁ ବିଭିନ୍ନ ପ୍ରକାରର ବ୍ୟବହାର କରିପାରିବେ ଆପଣ। ନଡ଼ିଆ କେବଳ ପାଟିକୁ ସୁଆଦ ଲାଗୁଥିବା ପରି ଏକ ଫଳ ନୁହେଁ, ବରଂ ଏଥିରେ ଅନେକ ଭଲ ଗୁଣ ରହିିଛି, ଯାହାକି ଶରୀର ପାଇଁ ଖୁବ୍ ଉପକାରୀ। ନଡ଼ିଆରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଛି। ଭିଟାମିନ୍ ବି ମଧ୍ୟ କିଛି ପରିମାଣରେ ରହିଛି ଏଥିରେ। କେତେକ ଗୁରୁତ୍ବପୂର୍ଣ୍ଣ ମିନେରାଲ୍ ଥିବା ଏହି ଫଳକୁ ଖାଇବା ଦ୍ବାରା ଶରୀର ଫୂର୍ତ୍ତି ହୋଇଥାଏ। ନଡ଼ିଆରେ ଥିବା ଗ୍ୟାଗ୍ନେସିୟମ୍ ହାଡ଼କୁ ଶକ୍ତ କରିବାରେ ସହାୟ ହୋଇଥାଏ।
ଏଥିରେ କପର୍ ଓ ଆଇରନ୍ ମଧ୍ୟ ରହିଛି। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍ ଆମ ସେଲ୍କୁ ସୁରକ୍ଷା ଦେଇଥାଏ। ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହୃଦ୍ରୋଗୀମାନଙ୍କ ପାଇଁ ନଡ଼ିଆ ଖାଇବା ବହୁତ ଭଲ ହୋଇଥାଏ। ଏହାକୁ ଖାଇବା ଦ୍ବାରା ହୃଦ୍ଘାତର ସମ୍ଭାବନା କମ୍ ରହିଥାଏ। ଏହା ପେଟରେ ଥିବା ଅତିରିକ୍ତ ଚର୍ବିକୁ କମ୍ କରିଥାଏ। ଶରୀରରେ ଜମିଥିବା ଅତିରିକ୍ତ ଚର୍ବି ମଧୁମେହ ଓ ହୃଦ୍ରୋଗର କାରଣ ହୋଇଥିବାରୁ ନଡ଼ିଆ ଖାଇବା ଦ୍ବାରା ଏହି ଦୁଇ ରୋଗକୁ ଦୂରେଇ ଦେଇ ହେବ। ନଡ଼ିଆ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରିଥାଏ। ଦୈନିକ ଏହାକୁ ଖାଇଲେ ଅନେକ ରୋଗକୁ ଦୂରେଇ ଦେଇ ହେବ।
More Stories
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ
ପ୍ରତ୍ୟେହ ପିଅନ୍ତୁ ଚେରି ଜୁସ୍, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ
କେଶ ଝଡିବା ବା ଚନ୍ଦାପଣରୁ ଚିନ୍ତିତ କି ?