ଧର୍ମ ଓ ଭାଷା ଭିତିରେ ଭାରତ ସହ ତିବତର ଦୃଢ଼ ସମ୍ପର୍କ ରହିଆସିଛି । ଏନେଇ ବୁଧବାର ନିର୍ବାସନରେ ଥିବା ତିବତୀୟ ସଂସଦର ସଦସ୍ୟ ଶ୍ରୀମତି ୟୁଡନ୍ ଅକାତ୍ସାଙ୍ଗ୍ କହିଛନ୍ତି । ତିବତୀୟଙ୍କ ଦ୍ୱାରା ଅନୁସୃତ ବୌଦ୍ଧ ଧର୍ମ ଓ ଭାଷା ଭାରତରୁ ଆସିଛି ବୋଲି ସୋଆ ର ତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀମତି ଅକାତ୍ସାଙ୍ଗ କହିଛନ୍ତି । ତାଙ୍କ ସହ ତିବତୀୟ ସଂସଦର ଅନ୍ୟ ଦୁଇ ଜଣ ସଦସ୍ୟ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପ୍ରସଙ୍ଗରେ ଭାରତ ସହ ତିବତୀୟ ଲୋକମାନଙ୍କର ସମ୍ପର୍କ ଏବଂ ସେମାନଙ୍କ ଦେଶର ବର୍ତମାନର ସ୍ଥିତି ସମ୍ପର୍କରେ କହିଥିଲେ । ଅନ୍ୟ ଦୁଇ ଜଣ ତିବତୀୟ ସାଂସଦ ଗେସି ମୋନଲାମ ଥାର୍ଚିନ୍ ଓ ଶ୍ରୀ ତାସି ଢ଼ୋଣ୍ଡୁପ୍ “ଭାରତ ଓ ତିବତ ଐତିହ୍ୟ ଓ ଭବିଷ୍ୟତର ସହଭାଗିତା” ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ । ଗେସି ମୋନଲାମ ଥାର୍ଚିନ୍ ଓ ଶ୍ରୀମତି ଅକାତ୍ସାଙ୍ଗ ତିବତର ବର୍ତମାନ ସ୍ଥିତି ସମ୍ପର୍କରେ ବଖାଣିଥିଲେ । ତିବତୀୟ ସଂସଦ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଅବସ୍ଥିତ ଏବଂ ଆମେ ଆମ ଦେଶର ପରିସ୍ଥିତି ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ ବୋଲି ଶ୍ରୀମତି ଅକାତ୍ସାଙ୍ଗ କହିଥିଲେ । ଗେସି ମୋନଲାମ ଥାର୍ଚିନ୍ କହିଥିଲେ ଯେ ଭାରତର ପ୍ରତ୍ୟେକଟି ସରକାର ସେମାନଙ୍କୁ ସହଯୋଗ କରିବା ସହ ସେମାନଙ୍କ ଧର୍ମ ଏବଂ ସଂସ୍କୃତିକୁ ବିକଶିତ ହେବାକୁ ଅନୁମତି ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଗୁରୁ ଦଲାଇଲାମା ଭାରତର ବିକଶିତ ଗଣତନ୍ତ୍ରକୁ ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ବୋଲି ସେ କହିଥିଲେ । ଶ୍ରୀମତି ଅକାତ୍ସାଙ୍ଗ କହିଥିଲେ ଯେ ତିବତୀୟ ସରକାରଙ୍କର ନିଜସ୍ୱ ମୁଦ୍ରା ଏବଂ ପାସପୋର୍ଟ ରହିଛି । ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟ ଆଉଟରିଚ୍ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ.ଶର୍ମା ତିବତୀୟ ଚିତ୍ରକଳା ଏବଂ ତିଦ୍ଦତୀୟ ଲୋକମାନଙ୍କର ସେମାନଙ୍କ ଦେଶରେ ଗଣତନ୍ତ୍ର ରହିବାର ଆକାଂକ୍ଷା ବିଷୟରେ କହିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ