ମହାନଦୀ ଉତ୍ପତ୍ତି ସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଆଜି ଟିମ୍ ଧମତରୀର ଫାର୍ସିଆରେ ପହଞ୍ଚିଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟଙ୍କ ସହ ପାଟଣା ହାଇକୋର୍ଟ ବିଚାରପତି ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଆଜି ଟିମ୍ ରାୟପୁରରୁ ବାହାରି ଧମତରୀ ପହଞ୍ଚିବା ପରେ ମାଣ୍ଡମସିଲ୍ଲୀ ଜଳାଶୟକୁ ଯାଇ ନିରୀକ୍ଷଣ କରିଛନ୍ତି । ଗତକାଲି ଏହି ଟିମ୍ ଛତିଶଗଡ଼ ଓ ମଧ୍ୟପ୍ରଦେଶର ସୀମାନ୍ତରେ ଥିବା ସିହାୱା ପର୍ବତମାଳାକୁ ଯାଇଥିଲେ । ଏହି ସିହାୱାରୁ ନିର୍ଗତ ଝରଣା ହାଇଡ୍ରୋଲୋଜି ଦୃଷ୍ଟିରୁ ମହାନଦୀର ଉତ୍ପତି ସ୍ଥଳ ଭାବେ ପରିଚିତ । ପ୍ରଥମ ପର୍ଯ୍ୟାୟରେ ୨୨ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯ ତାରିଖରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ରେ ଏହି ଟିମ୍ କ୍ଷେତ୍ର ପରିଦର୍ଶନ କରିବେ । ତେବେ ମହାନଦୀ ହେଉଛି ଓଡ଼ିଶାର ଲାଇଫ୍ ଲାଇନ । ଅଧା ଓଡ଼ିଶାର ଲୋକ ମହାନଦୀ ଉପରେ ନିର୍ଭର କରନ୍ତି । ଛତିଶଗଡ଼ରେ ମହାନଦୀ ଉପରେ ମାଳ ମାଳ ବ୍ୟାରେଜ୍ ଓ ବନ୍ଧ ତିଆରି କରାଯାଉଛି । ଫଳରେ ଜଳପ୍ରବାହ କମୁଛି । ଅଣମୌସୁମୀ ଋତୁରେ ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ତାର ୩୦ ପ୍ରତିଶତ କମ୍ ମିଳୁଛି । ଜଳଭଣ୍ଡାରର ଉପରମୁଣ୍ଡ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପାଣି ଅଭାବ ଦେଖାଦେଉଛି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ