The Topmost

“The eyes believe themselves, the ears believe other people.”

ଧନ୍ଦାମୂଳକ ନିଯୁକ୍ତିର ଘୋର ଅଭାବ; ସ୍ବାକ୍ଷର ହୋଇ ମଧ୍ୟ ଦାଦନ ଖଟୁଛନ୍ତି..

କେବେ ପଡିବ ସରକାରଙ୍କ ନଜର, ଏବେବି ଅବହେଳିତ ଆଦିବାସୀ । ନା ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ମିଳୁଛି, ନା ଲାଞ୍ଜିଆ ସଉରାଙ୍କ କାନ୍ଥଚିତ୍ର ଇଡ୍‌ତାଲକୁ ମିଳୁଛି ଜିଆଇ ଟ୍ୟାଗ୍ । ଡଙ୍ଗରିଆଙ୍କ କପଡାଗନ୍ଦା, ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀକୁ ବଜାର ଯୋଗାଇ ପାରୁନି ଓରମାସ୍ । ସପୁରି ପ୍ରକ୍ରିୟାକରଣ ୟୁନିଟ୍‌ଠୁ ଆରମ୍ଭ କରି ବହୁ ପ୍ରକଳ୍ପ କେବଳ ଶିଳାନ୍ୟାସରେ ସୀମିତ ହୋଇ ରହିଯାଇଛି । ଆଦିବାସୀ ହୋଇ ମଧ୍ୟ ଝୋଡ଼ିଆ ସଂପ୍ରଦାୟ ୧୯୯୭ ମସିହାରୁ ସରକାରୀ ଅବହେଳାର ଶିକାର ହୋଇ ଆସୁଛନ୍ତି । ୪ ଜିଲ୍ଲାରେ ବାସ କରୁଥିବା ୧ଲକ୍ଷରୁ ଊର୍ଦ୍ଧ୍ବ ଝୋଡ଼ିଆ ସଂପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚିତ ହୋଇ ୨୫ବର୍ଷ ହେଲା ଲଢ଼େଇ ଜାରି ରଖିଛନ୍ତି । ସଂସଦ, ବିଧାନସଭାରେ ବାରମ୍ବାର ପ୍ରସଙ୍ଗ ଉଠିଥିଲେ ମଧ୍ୟ ସୁଫଳ ମିଳୁନି । ସେହିପରି ୨୦୧୮ରୁ ଡଙ୍ଗରିଆ ସାଲ୍‌କୁ ଜିଆଇ ମାନ୍ୟତା ପାଇଁ ପ୍ରୟାସ ଚାଲିଛି । ତାହା ବି ନାଲିଫିତା ତଳେ ଦାବି ହୋଇ ରହଯାଇଛି । ଲାଞ୍ଜିଆ ସଉରାଙ୍କ ଇଡ୍‌ତାଲ ସାରା ବିଶ୍ବରେ ପ୍ରସିଦ୍ଧ ଲାଭ କରିଛି । ହେଲେ ପରବର୍ତ୍ତୀ ପିଢ଼ି ପାଇଁ ଏହି କଳା, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ କୌଣସି ଉଦ୍ୟମ ହୋଇନି । ଚାଟିକଣାରେ ସପୁରି ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ଶିଳାନ୍ୟାସ ହୋଇଥିଲେ ମଧ୍ୟ ତାହା ଆରମ୍ଭ ହୋଇ ପାରୁନି । ତେବେ ଦେଖିବାକୁ ଗଲେ ଆଦିବାସୀଙ୍କ ସ୍ବାକ୍ଷରତା ହାର ବଢ଼ୁଛି । ହେଲେ ଧନ୍ଦାମୂଳକ ନିଯୁକ୍ତି ଯୋଗାଇବାରେ ସରକାର ବିଫଳ ହେଉଛନ୍ତି । ଯାହାଦ୍ବାରା ଦାଦନ ଖଟିବାକୁ ଏମାନେ ବାଧ୍ୟ ହେଉଛନ୍ତି ।