ଧନୀ ତାଲିକାରେ ପୁଣି ଉପରକୁ ଉଠିଲେ ଆଦାନୀ । ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ, ଏବେ ତାଙ୍କ ସ୍ଥିତି ପୁଣିଥରେ ସୁଧୁରିବା ଆରମ୍ଭ କରିଛି । ତେବେ ୩୪ ତମ ସ୍ଥାନରେ ଥିବା ଅଦାନୀ ଏବେ ନୂଆ ତାଲିକା ଅନୁସାରେ ୨୨ ନମ୍ବର ସ୍ଥାନରେ ଅଛନ୍ତି । ବ୍ଲମବର୍ଗ ରିପୋର୍ଟ ଅନୁସାରେ, ଗୌତମ ଅଦାନୀଙ୍କ ସମ୍ପତ୍ତି ୫୪ ଅରବ ଡଲାର ବୃଦ୍ଧି ପାଇଛି । ଗତ ଗୋଟିଏ ସପ୍ତାହ ଭିତରେ ଏହି ସମ୍ପତ୍ତି ବୃଦ୍ଧି ପାଇଛି । ତେବେ ନେଟୱର୍ଥ ବୃଦ୍ଧି ପାଇବା କାରଣରୁ ଧନୀ ତାଲିକାରେ ବି ସେ ଉପରକୁ ଉଠିଛନ୍ତି । ସେୟାର ଲଗାତାର ହ୍ରାସ ପାଇବା କାରଣରୁ ଅଦାନୀ ଗତ ମାସରେ ଧନୀ ତାଲିକାର ୩୪ ନମ୍ବର ସ୍ଥାନକୁ ଖସି ଆସିଥିଲେ । ହେଲେ ଗୋଟିଏ ସପ୍ତାହ ଭିତରେ ସେ ଏହି ତାଲିକାର ୧୨ଟି ସ୍ଥାନ ଉପରକୁ ଉଠିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ