The Topmost

“The eyes believe themselves, the ears believe other people.”

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋଦୀଙ୍କ ପ୍ରଚାର

ଛତିଶଗଡ଼ରେ ନଭେମ୍ବର ୧୭ରେ ପଡ଼ିବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ବାକି ୭୦ଟି ଆସନ ପାଇଁ ପଡ଼ିବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ପଡ଼ିବାକୁ ଥିବା ଆସନ ଗୁଡ଼ିକରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭିତରେ ରାଜ୍ୟରେ ଶାସନରେ ଥିବା କଂଗ୍ରେସ ଓ ବିରୋଧୀ ବିଜେପିର ରଣନୀତିକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଚର୍ଚ୍ଚା ହେଉଛି କର୍ଣ୍ଣାଟକରେ କଂଗ୍ରେସର ବିଜୟ ଫର୍ମୁଲାକୁ ଛତିଶଗଡ଼ରେ ଆପଣାଉଛି ବିଜେପି । ଟିକେଟ ବାଂଟିବା ଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ଆପଣାଯାଇଥିବା ରଣନୀତିରେ ସମାନତା ପାଇଁ ଏମିତି ଚର୍ଚ୍ଚା ଜୋର ଧରିଛି । କେଉଁ ଦଳ କେତେବେଳେ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି, ପ୍ରାର୍ଥୀଙ୍କ ନାଁ ଘୋଷଣା, ପ୍ରଚାର ରଣନୀତିକୁ ନେଇ କୁହାଯାଉଛି କଂଗ୍ରେସ କର୍ଣ୍ଣାଟକ ବିଜୟ ଫର୍ମୂଲା ଛତିଶଗଡ଼ରେ ଆପଣାଉଛି ବିଜେପି ।

ଗତ କିଛି ବର୍ଷରେ ବିଜେପି ସବୁବେଳେ ବିଳମ୍ବରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥାଏ । କାରଣ ପ୍ରାର୍ଥୀ ଯିଏ ବି ହେଉ ନାଁ କାହିଁକି ମୋଦୀଙ୍କ ନାଁରେ ଭୋଟ୍ ମିଳିବା ବିଶ୍ୱାସ ରଖୁଛି ବିଜେପି ଏବଂ ବିଦ୍ରୋହୀ ନେତାକୁ ଅନ୍ୟ ଦଳରେ ସାମିଲ ହେବାକୁ ସମୟ ଦେବାକୁ ଚାହେଁନି । କିନ୍ତୁ ଛତିଶଗଡ଼ରେ ବିଜେପିର ଏହି ରଣନୀତିର ପୂରା ଓଲଟା ଦେଖିବାକୁ ମିଳିଛି । ବେଶ ପୂର୍ବରୁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । କଂଗ୍ରେସ ମଧ୍ୟ କର୍ଣ୍ଣାଟକରେ ଠିକ୍ ଏମିତି କିଛି ପଦକ୍ଷେପ ନେଇଥିଲା ।