ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ସ୍ୱରାଷ୍ଟ୍ର, ଅର୍ଥ, ନିର୍ମାଣ, ଖଣି, ଇସ୍ପାତ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଉପରେ ଆଲୋଚନା ହେବ । ଶୂନ୍ୟକାଳରେ ଉଠିପାରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ । ଗୃହରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବିବୃତି ଦାବି କରିପାରନ୍ତି ବିରୋଧୀ । ବିପର୍ଯ୍ୟସ୍ତ ବିଜୁଳି ସେବାକୁ ନେଇ ବିଜେପି ପକ୍ଷରୁ ଆଗତ ମୂଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ସେହିପରି ନୂପୁର ଶର୍ମା ପ୍ରସଙ୍ଗରେ କ’ଣ ରହିବ ବିରୋଧୀଙ୍କ ଆଭିମୁଖ୍ୟ ତାହା ଉପରେ ମଧ୍ୟ ନଜର ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଥିଲେ । ତେବେ ନୂପୁର ଶର୍ମା ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହେବା ପରେ ଗୃହ ଅଚଳ ହୋଇଥିଲା ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି