ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯେଉଁପରି ନବଦିନ ଯାତ୍ରା, ତାଙ୍କର ଦୋଳଯାତ୍ରା ସେହିପରି ସପ୍ତଦିନ ଯାତ୍ରା । ଏହା ଫାଲଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ପ୍ରତିପଦରେ ଶେଷ ହୁଏ । ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ, ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ, ଏହି ଯାତ୍ରାରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦ ବିମାନରେ ବିଜେ ହୋଇ, ସିଂହଦ୍ୱାର ଓ ଲଙ୍ଗୁଳି ମଠ ଦେଇ ଦୋଳବେଦୀଠାରେ ଥିବା ଅଗ୍ନି ଉତ୍ସବ ଗୃହ ନିକଟକୁ ବିଜେ କରନ୍ତି। ବିମାନରେ ଥାଇ ସେମାନେ ଅଗ୍ନି ଉତ୍ସବ ଘରକୁ ସାତଘେରା ବୁଲନ୍ତି । ଫାଲଗୁନ ପୂର୍ଣ୍ଣିମା ବା ଦୋଳପୂର୍ଣ୍ଣିମା ଦିନ ଏହି ସାତଘେରା ବୁଲିବା ଅଧିକ ସ୍ଥାନରେ ହୁଏ । ପ୍ରଥମେ ଏହି ତିନି ଠାକୁର-ଠାକୁରାଣୀ ମହାଜନ ସେବକଙ୍କ ହାତରେ ବିଜେ ହୋଇ ପ୍ରଥମେ ରତ୍ନସିଂହାସନ ଚାରିପଟେ ସାତଘେରା ବୁଲନ୍ତି ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା