ଏଣିକି ଦେଶରେ ବଢିବ ଚିତାଙ୍କ ସଂଖ୍ୟା । ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ରେ ଭାରତ ଆସିବେ ୧୨ ଚିତା । ସେମାନଙ୍କ ମଧ୍ୟରୁ ୭ଟି ପୁରୁଷ ଓ ୫ଟି ମହିଳା ଚିତା ରହିଛନ୍ତି । ଦକ୍ଷିଣ ଆଫ୍ରିକାରୁ ଆସୁଥିବା ନୂଆ ଅତିଥିଙ୍କୁ ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ରଖାଯିବ । ୧୨ ଚିତାଙ୍କୁ ଆଣିବା ପାଇଁ ଆଜି ସକାଳୁ ହିଣ୍ଡନ ଏୟାରବେସ୍ରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଭାରତୀୟ ବାୟୁସେନାର ସି ୧୭ ଗ୍ଲୋବମାଷ୍ଟର ଉଡାଣ ଆରମ୍ଭ କରିଛି । ୧୮ରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୁନୋ ଜାତୀୟ ଉଦ୍ୟାନରେ ଚିତାକୁ ଛାଡିବେ । ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ବାଲିଅର ବିମାନ ବନ୍ଦରରେ ପ୍ରଥମେ ଚିତା ପହଞ୍ଚିବେ । ଏହାର ୩୦ ମିନିଟ ପରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଚିତାଙ୍କୁ ୧୬୫ କିଲୋମିଟର ଦୂର ଶ୍ୟୋପୁର ଜିଲ୍ଲାର କୁନୋରେ ଛଡାଯିବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ