କୋରାପୁଟ ଦେଓମାଳିରେ ୧୪୪ ଧାରା ଜାରି । ଆଜିଠାରୁ ଦୁଇମାସ ଯାଏଁ ଏହା ବଳବତର ରହିବ । ରାତି ୯ଟାରୁ ସକାଳ ୮ଟା ଯାଏଁ ବିନା ଅନୁମତିରେ ପର୍ଯ୍ୟଟକ ରହିପାରିବେ ନାହିଁ କି ଯାଇପାରିବେ ନାହିଁ । ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି । ଏ ନେଇ କୋରାପୁଟ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିଛି ବାହାର ପର୍ଯ୍ୟଟକ ଓ ଅସାମାଜିକ ଲୋକ ଦେଓମାଳିରେ ରାତ୍ରୀଯାପନ କରୁଛନ୍ତି । ଯାହା ଦ୍ୱାରା ସେଠାରେ କରାଯାଇଥିବା ଉନ୍ନୟନ କାର୍ଯ୍ୟ ଓ ସରକାରୀ ସମ୍ପତିର କ୍ଷତି ହେଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ