ବାହାନଗା ଟ୍ରେନ ଟ୍ରାଜେଡି ମାମଲା । ୩ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଚତୁର୍ଥ ଦିନ । ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ସିବିଆଇ । ଖୋଜୁଛି ଦୁର୍ଘଟଣା ପଛର ସତ । ଅଭିଯୁକ୍ତଙ୍କ ମୁହଁରୁ ସତ ଆଦାୟ କରିବାକୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ । ଟ୍ରେନ ଟ୍ରାଜେଡି ମାମଲାରେ ଆଉ କାହାର ସଂପୃକ୍ତି ରହିଛି , ଅବହେଳା ଯୋଗୁଁ ନା ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଛି ତାକୁ ନେଇ ଖୋଳତାଡ କରୁଛି ସିବିଆଇ । ସିଆରଏସ ରିପୋର୍ଟରେ ଷ୍ଟେସନ ମ୍ୟାନେଜର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେଣୁ ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ କରିଥିବା ସୂଚନା ମିଳିଛି । ଆସନ୍ତାକାଲି ରିମାଣ୍ଡର ଶେଷଦିନ ଥିବାବେଳେ ସିବିଆଇକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଛି । ସେପଟେ ମାମଲାରେ ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ଚର୍ଚ୍ଚା ହେଉଛି
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି