The Topmost

“The eyes believe themselves, the ears believe other people.”

ଦୁଇରୁ ତିନି ଦିନ ମଧ୍ୟରେ ହେବ ଝାଡାବାନ୍ତି ନିୟନ୍ତ୍ରଣ

ରାଉରକେଲା ସହରରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦୨୫ ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ଜୀବନ ଗଲାଣି । ଗତକାଲି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଝାଡ଼ାବାନ୍ତିର ସମୀକ୍ଷା କରିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ସ୍ବାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ବିଭାଗ ସଚିବ ରାଉରକେଲା ଗସ୍ତ କରି ରାଉରକେଲା ସହରର ସ୍ଥିତି ଅନୁଧ୍ୟାନ କରିବେ । ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବାରୁ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଉରକେଲା ସହରରେ ଝାଡାବାନ୍ତି ନିୟନ୍ତ୍ରଣ ହେବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ଟେଷ୍ଟରୁ କଲେରା ବାହାରିଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏହାର କାରଣ ଜାଣିବା ପାଇଁ ଏକ ଟିମ ଗଠନ କରାଯାଇଛି ।