ଦିଲ୍ଲୀରେ ବିହାର ବିଜେପି କୋର୍ କମିଟିର ବୈଠକ । ତେବେ ଏହି ବୈଠକରେ ଅମିତ୍ ଶାହା ଏବଂ ଜେ.ପି ନଡ୍ଡା ସାମିଲ ହୋଇଛନ୍ତି । ଗୋଟିଏ ପଟେ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ସରକାରର କ୍ୟାବିନେଟ ସଂପ୍ରସାରଣ ହୋଇଛି । ଅନ୍ୟପଟେ ଦିଲ୍ଲୀରେ ବିହାର ବିଜେପି ନେତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ବୈଠକ ହୋଇଛି । ଖାଲି ସେତିକି ନୁହେଁ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଏହି ବୈଠକରେ ନୂଆ ରାଜ୍ୟ ସଭାପତିକୁ ନେଇ ଆଲୋଚନା ହାଇପାରେ । ଏହାସହ ବିରୋଧୀ ଦଳ ଭାବେ କେଉଁ ପ୍ରକାର କାମ କରିବ ସେନେଇ ମନ୍ଥନ ଚାଲିଛି । ଏହାସହ ବିଧାନସଭା ଏବଂ ବିଧାନପରିଷଦରେ ବିରୋଧୀ ଦଳ ନେତା ଚୟନକୁ ନେଇ ମଧ୍ୟ ଆଲୋଚନା ହେବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ