ଧୂଆଁ ବଳୟରେ ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ସକାଳୁ ସକାଳୁ ରାଜଧାନୀ ଧୂଆଁମୟ ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ମତ ଅନୁସାରେ ଗତ ୩ ବର୍ଷରେ ସବୁଠାରୁ ଖରାପ ହୋଇଛି ଦିଲ୍ଲୀର ବାୟୁମଣ୍ଡଳ । ପ୍ରଦୂଷଣର ସବୁଠାରୁ ଖରାପ ପ୍ରଭାବ ପଡିଛି ଛୋଟ ଛୋଟ ପିଲାଙ୍କ ଉପରେ । ସକାଳୁ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ପ୍ରଦୂଷଣ କାଳ ହୋଇଛି । ପିଲାଙ୍କ ପାଖରେ ଥଣ୍ଡା, କାଶ ଭଳି ସମସ୍ୟା ଦେଖିବାକୁ ମିଳୁଛି । ସେହିପରି ମଣିଂ ୱାକ୍ ପାଇଁ ଯାଉଥିବା ଲୋକଙ୍କୁ ବି ପ୍ରଦୂଷଣ ଚିନ୍ତା ଘାରିଛି । ମଣିଂ ୱାକ୍ ପାଇଁ ଆସିଥିବା ଲୋକଙ୍କ ନିଶ୍ୱାସ ନେବାରେ ସମସ୍ୟା ଉପୁଜୁଥିବାବେଳେ, ଆଖି ପୋଡୁଥିବା ଜଣାପଡିଛି । ଏହାରି ଭିତରେ ପିଲାଙ୍କ ସ୍କୁଲ ସମୟ ପରିବର୍ତନ କରିବାକୁ ଅଭିଭାବକ ସଂଘ ପକ୍ଷରୁ ନିବେଦନ କରାଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ