କେଜ୍ରିଓ୍ଵାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ । ଦେଶର ୩୦ ପୂର୍ବତନ ଆଇପିଏସ ଅଫିସରଙ୍କ ପକ୍ଷରୁ ଏହି ଅଭିଯୋଗ କରାଯାଇଛି । ଗୁଜରାଟ ଗସ୍ତବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଶର ପୋଲିସଙ୍କ ମନୋବଳ ଦୁର୍ବଳ କରିବା ସହ ପୋଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଯାହାକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ଅଛି । ଗୁଜରାଟରେ କେଜ୍ରିଓ୍ଵାଲ ଭୋଜନ ପାଇଁ ଓଟୋରେ ଯାଉଥିବା ବେଳେ ତାଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ କର୍ମଚାରୀ ଓଟୋକୁ ଅଟକାଇ କ୍ରେଜିଓ୍ଵାଲଙ୍କୁ ଓଟୋରେ ନଯିବାକୁ କହିଥିଲେ । ଏହାକୁ ନେଇ କେଜ୍ରିଓ୍ଵାଲ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଉକ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ପୂର୍ବତନ ଆଇପିଏସ ଅଫିସର ମାନେ ଆପତ୍ତି ଜଣାଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍