ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା । ଆଜି ସରୁଛି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଗତ ୪ ତାରିଖରେ ସିସୋଦିଆଙ୍କ ରିମାଣ୍ଡ ଅବଧିକୁ ଆଉ ୨ ଦିନ ବଢାଇଥିଲେ ରାଉଜ ଆଭେନ୍ୟୁ କୋର୍ଟ । ପ୍ରଥମେ ୫ଦିନ ପରେ ଆଉ ୩ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ସିବିଆଇ । ତେବେ ୨ ଦିନ ଲାଗି କୋର୍ଟ ଅନୁମତି ଦେଇଥିଲେ । ଅନ୍ୟପଟେ ଆସନ୍ତା ୧୦ରେ ମନୀଷଙ୍କ ଜାମିନ ଆବେଦନର ହେବ ପରବର୍ତ୍ତୀ ଶୁଣାଣି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଗିରଫ କରିଥିଲା । ୫୧ ବର୍ଷ ବୟସ୍କ ସିସୋଦିଆଙ୍କୁ ଗତ ୨୬ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ କରିଥିଲା ସିବିଆଇ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ