The Topmost

“The eyes believe themselves, the ears believe other people.”

ଦିଲ୍ଲୀ ପୋଲିସ୍ ସ୍ପେଶାଲ ସେଲର ତନାଘନା

ସଂସଦ ଭବନ ଭିତରେ ସୁରକ୍ଷା ଭଙ୍ଗ ଘଟଣାରେ ତଦନ୍ତ ଆହୁରି ଜୋରଦାର ହୋଇଛି । ୬ଟି ରାଜ୍ୟରେ ଦିଲ୍ଲୀ ସ୍ପେଶାଲ ସେଲର ଟିମ୍ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ଏହି ମାମଲାର ଅଭିଯୁକ୍ତମାନେ ଆତଙ୍କ ସୃଷ୍ଟି କରିବା ପୂର୍ବରୁ ଦିଲ୍ଲୀ, ୟୁପି, ରାଜସ୍ଥାନ, ହରିଆଣାରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିଥିଲେ । ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ବାଚସ୍ପତି ଚିନ୍ତାପ୍ରକଟ କରିଥିବା ବେଳେ ତଦନ୍ତକାରୀ ଟିମ୍ ମଧ୍ୟ ସକ୍ରିୟ ହୋଇଛି । ଜୋତା ଭିତରେ ଲୁଚାଇ ଆଣିଥିବା କ୍ୟାନଷ୍ଟରକୁ ଲୋକସଭା ଭିତରେ ସ୍ପ୍ରେ କରିଥିଲା ଅଭିଯୁକ୍ତ ସାଗର ଶର୍ମା । ଏଥିପାଇଁ ସ୍ୱତନ୍ତ୍ର ଭାବରେ ସାଗରର ଜୋତା ଡିଜାଇନ କରାଯାଇଥିଲା । ତେଣୁ କିଏ ଏହି ଡିଜାଇନ୍ କରିଥିଲା ତାକୁ ଧରିବା ପାଇଁ ପୋଲିସ ଏବେ ୟୁପିର ଆଲମବାଗରେ ପହଞ୍ଚିଛି । ଅଭିଯୁକ୍ତ ସାଗର ଶର୍ମାକୁ ଲକ୍ଷ୍ନୌ ନେବାକୁ ଯୋଜନା କରିଥିଲା ତଦନ୍ତକାରୀ ଟିମ୍ । କିନ୍ତୁ ଆଇନ୍ ଶୃଂଖଳା କଥା ବିଚାର କରି ସାଗରକୁ ଆଣିନାହିଁ । ଏହାପୂର୍ବରୁ ପୋଲିସ ଟିମ୍ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା । ସେହିପରି ଅନ୍ୟତମ ଅଭିଯୁକ୍ତ ନିଲମଙ୍କ ପରିବାର ଲୋକଙ୍କୁ ମଧ୍ୟ ପୋଲିସ ଜେରା କରିଛି । ଲଳିତ ଝା ଏହି ଷଡଯନ୍ତ୍ର କରିଥିଲା ବୋଲି ଜଣାପଡିଛି । ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ମୋବାଇଲ ପୋଡି ଦେଇଛି ।