ଦିଲ୍ଲୀ ପୋଲିସ ନୋଟିସର ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ । ଇ-ମେଲ ଜରିଆରେ ଉତ୍ତର ରଖିଛନ୍ତି ରାହୁଲ । ମେଲରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ସେ ଜାନୁଆରୀ ୩୦ରେ ଯାହା କହିଥିଲେ, ୪୫ ଦିନ ପରେ ଏହାର ଜବାବ ଏବେ ପୁଲିସ ମାଗୁଛି । ଜବାବ ଦେବା ପାଇଁ ତାଙ୍କୁ ୮ରୁ ୧୦ଦିନ ସମୟ ଦିଆଯାଉ । ଅନ୍ୟପକ୍ଷରେ ମେଲ ପାଇବା ପରେ, ଦିଲ୍ଲୀ ପୁଲିସ କହିଛି, ରାହୁଲ ଗାନ୍ଧୀଙ୍କଠାରୁ ପ୍ରାଥମିକ ଉତ୍ତର ମିଳିଛି । କିନ୍ତୁ ସେ କୌଣସି ସୂଚନା ସେୟାର କରି ନାହାନ୍ତି । ଯାହା ତଦନ୍ତକୁ ଆଗକୁ ବଢ଼ାଇବ । ଶ୍ରୀନଗରରେ ଭାରତ ଯୋଡୋ ଯାତ୍ରା ଭାଷଣରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୀଡିତାମାନେ ତାଙ୍କୁ ଭେଟି ଦୁଃଖ ଜଣାଇଥିଲେ ବୋଲି କହିଥିଲେ ରାହୁଲ । ଆଉ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଶନିବାର ସକାଳୁ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲା ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ।
More Stories
ମହିଳା କନଷ୍ଟେବଳ ହେଲେ ଦୁଷ୍କର୍ମର ଶିକାର
କାହିଁକି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ?
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ