ଦିଲ୍ଲୀର ଦିଲ୍ ଜିତିଲା ଆମ୍ ଆଦମୀ ପାର୍ଟି । ୧୫ ବର୍ଷର ବିଜେପି ଶାସନରେ ଝାଡୁ ମାରିଲା ଆପ୍ । ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆପ୍ର ବାଜିମାତ । କେଜ୍ରିଓ୍ବାଲଙ୍କ ଦଳ ବହୁମତ ସଂଖ୍ୟା ପାର କରିସାରିଥିବା ବେଳେ ବିଜେପି ଦୁଇ ନମ୍ବରକୁ ଖସି ଆସିଛି । ଦୀର୍ଘ ଦେଢ଼ ଦଶନ୍ଧୀ ପରେ ଏମସିଡିରେ ଭାରତୀୟ ଜନତା ପାର୍ଟିର ରାଜ୍ ଶେଷ ହେବାକୁ ଯାଉଛି । ୨୫୦ ଆସନରୁ ଏବେସୁଦ୍ଧା ୧୩୨ ଅକ୍ତିଆର କରିଛି ଆପ୍ । ୧୦୫ ସିଟରେ ଆପ୍ ପ୍ରାର୍ଥୀ ଜିତି ସାରିଥିବା ବେଳେ ୩୦ ଆସନରେ ଆପ୍ ଆଗରେ ରହିଛି । ବିଜେପି ୮୫ ସିଟ୍ ଜିତି ସାରିଥିବା ବେଳେ ୧୦ ସିଟରେ ଆଗରେ ରହିଛି । ଏବେସୁଦ୍ଧା କଂଗ୍ରେସକୁ ୪ ଆସନରେ ବହୁମତ ମିଳି ସାରିଥିବା ବେଳେ ୬ ଆସନରେ ଆଗରେ ରହିଛି । ଏମସିଡିରେ ବହୁମତ ପାଇଁ ୧୨୬ ଆସନ ଆବଶ୍ୟକ । ସେପଟେ ବହୁମତ ଠାରୁ ଅଧିକ ସିଟ ପାଇବା ପରେ ଆପ୍ ପାର୍ଟି ଅଫିସରେ ଉତ୍ସବର ମାହୋଲ । ଏହାସହ ଆପ୍ ବହୁ ମାର୍ଜିନରେ ଜିତିବ ବୋଲି କହିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ଦିଲ୍ଲୀ ଜନତା ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସଞ୍ଜୟ କହିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ