ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ୯ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ପ୍ରବଳ ବର୍ଷା ଓ ବିଜୁଳି ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି ।ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍ଥିତି ଜଟିଳ ହେବାରୁ ଗୁଆହାଟିରୁ ଦିଲ୍ଲୀ ଆସୁଥିବା ଏକ ଭିସ୍ତାରା ବିମାନକୁ ଜୟପୁର ଅଭିମୁଖେ ପରିବର୍ତ୍ତନ କରାଯାଇଛି । ସେହିପରି କୋଲକାତାରୁ ଦିଲ୍ଲୀ ଆସୁଥିବା ଅନ୍ୟ ଏକ ଭିସ୍ତାରା ବିମାନକୁ ଲକ୍ଷ୍ମୌ ଅଭିମୁଖେ ପରିବର୍ତ୍ତିତ କରାଯାଇଛି। ବର୍ଷା ଯୋଗୁ ଦିଲ୍ଲୀ ଓ ମୁମ୍ବାଇରୁ ଆସିବା ଓ ଯିବାକୁ ଥିବା ବିମାନ ସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ତେବେ ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ପ୍ରଦୂଷଣ ହ୍ରାସ ହେବା ଆଶା କରାଯାଉଛି । ବିଳମ୍ବିତ ରାତିରେ ଦିଲ୍ଲୀ-ଏନସିଆରରେ ପାଗ ବଦଳିଥିଲା ଏବଂ ଅନେକ ସ୍ଥାନରେ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଲୋକମାନେ ପ୍ରଦୂଷଣରୁ ମଧ୍ୟ ଆରାମ ପାଇଛନ୍ତି । ଏହାପୂର୍ବରୁ, ପବନ ଏବଂ ମେଘୁଆ ଆକାଶ ନ ଥିବାରୁ ବାୟୁ ଗୁଣବତ୍ତା ଗୁରୁତର ବର୍ଗର ନିକଟତର ହୋଇଥିଲା | ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ବର୍ଷା ହେତୁ ଥଣ୍ଡା ବୃଦ୍ଧି ପାଇଛି । ଆହୁରି ମଧ୍ୟ ଖରାପ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅନେକ ବିମାନ ଚଳାଚଳ ବନ୍ଦ କରିବାକୁ ପଡିଲା କିଛି ବିମାନ ଗତିପଥ ପରିବର୍ତ୍ତନ କରିବାକୁ ପଡ଼ିଲା । ଖରାପ ପାଗ ଯୋଗୁଁ ଆଇଜି ବିମାନ ବନ୍ଦରରେ କାର୍ଯ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ