ଦିଲ୍ଲୀ ଅବକାରୀ ନୀତି ମାମଲା । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଇଡିର ପଚରାଉଚରା । ଗତକାଲି ସିସୋଦିଆଙ୍କୁ ତିହାର ଜେଲକୁ ପଠାଯାଇଥିଲା। ତାଙ୍କ ବୟାନ ରେକର୍ଡ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ତିହାର ଜେଲରେ ପହଞ୍ଚିଛି । ଏବେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ସିସୋଦିଆ । ୭ ଦିନ ରିମାଣ୍ଡ ପରେ ୨୦ ମାର୍ଚ୍ଚ ଯାଏଁ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ ରାଉଜ ଆବେନ୍ୟୁ କୋର୍ଟ। ସିସୋଦିଆଙ୍କୁ ପଚରାଉଚରା ପାଇଁ କୋର୍ଟରେ ଆବେଦନ କରି ଅନୁମତି ମାଗିଥିଲା ଇଡି । ଏହାପରେ କୋର୍ଟ ଇଡିକୁ ସିସୋଦିଆଙ୍କ ବୟାନ ରେକର୍ଡ କରିବାକୁ ୩ ଦିନ ଅନୁମତି ଦେଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ