February 13, 2026

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା

ରାଜଧାନୀ ଦିଲ୍ଲୀରୁ ଆସିଛି ବଡ଼ ଖବର। ଦିଲ୍ଲୀ ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଆଜି ବଡ଼ ପଦକ୍ଷେପ ନେଇଛି। ଏହି ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସମନ କରାଯାଇଛି। ତାଙ୍କୁ ସିବିଆଇ ଅବକାରୀ ନୀତି ସମ୍ପର୍କରେ ଜେରା କରିବାକୁ ଚାହୁଁଛି। ଏଥିପାଇଁ ଏପ୍ରିଲ ୧୬ ତାରିଖ ଦିନ ୧୧ଟାରେ ତାଙ୍କୁ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାର ତଦନ୍ତ ଉଭୟ ସିବିଆଇ ଓ ଇଡି କରୁଛନ୍ତି। ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ତତ୍କାଳୀନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା।

SHARE BY