The Topmost

“The eyes believe themselves, the ears believe other people.”

ଦରଦାମ ବୃଦ୍ଧିରେ ଅସ୍ତବ୍ୟସ୍ତ ଖାଉଟି

ମାସେ ହେଲାଣି ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ । ଦରଦାମ ବୃଦ୍ଧିରେ ଅସ୍ତବ୍ୟସ୍ତ ଖାଉଟି । ଏପଟେ ସାଧାରଣ ଲୋକଙ୍କ ପକେଟ୍ ଖାଲି ହୋଇପଡିଥିବାବେଳେ ଦରଦାମ କମିବାର ନାଁ ନେଉନି । ତେବେ ଆଗକୁ ଆହୁରି ବଢ଼ିବ ଦର । ଅଟା କିଲୋ ୪୦କୁ ମୋଟା ଚାଉଳ ୪୦ । ଜିରା କିଲୋ ହଜାରେ । ପନିପରିବାଠାରୁ ଆରମ୍ଭ କରି ମସଲା ସବୁ ଜିନିଷର ଦର ଡବଲ୍ । କେନ୍ଦ୍ର ଖାଦ୍ୟ ନିଗମ-ଏଫସିଆଇ ଓଡ଼ିଶା ପାଇଁ ବଳକା ୨୧ ହଜାର ମେଟ୍ରିକ୍ ଟନ୍ ଗହମ ବଜାରକୁ ଛାଡ଼ିଛି । ସେହିଭଳି ଚାଉଳ ଦେଇଛି ଅତିରିକ୍ତ ୧୦ ହଜାର ମେଟ୍ରିକ ଟନ୍  । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ । ଓଡ଼ିଶାର ଚାହିଦା ମୁତାବକ ଅତିରିକ୍ତ ୪୦ ହଜାର ମେଟ୍ରିକ୍ ଟନ୍ ଗହମ ଆବଶ୍ୟକ । ଆଉ ଯଦି ୧୯ ହଜାର ମେଟ୍ରିକ୍ ଟନ୍ ଗହମ ଏଫସିଆଇ ଖୋଲାବଜାରକୁ ନ ଛାଡ଼େ ତାହେଲେ ଅଟା କିଲୋ ୫୦ ଛୁଇଁବ । ଗହମ ଅଭାବ ଯୋଗୁଁ ମଇଦା, ସୁଜି ଏସବୁର ଦର ବଢିଚାଲିଛି । ସେପଟେ ଖରାପ ପାଣିପାଗ, ଉତ୍ପାଦନ କମ୍ ଯୋଗୁଁ ଡାଲି ବି ମହଙ୍ଗା । ହରଡ଼, ବୁଟ, ମୁଗ କିଲୋପ୍ରତି ୨୫ ଟଙ୍କାରୁ ୩୦ ଟଙ୍କା ପର୍ଯ୍ୟନ୍ତ ବଢିଛି । ଏପରି ଜାରି ରହିଲେ ଆଗକୁ ଡାଲି ଦର ବି ଦେଢ଼ ଶହ ପାର୍ କରିଯିବ । ତେବେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଦରରେ ବି ଲାଗୁନି ଲଗାମ । ସାଧାରଣ ଖାଉଟି କେତେଦିନ ଏପରି ମହଙ୍ଗା ମାଡ଼ର ଶିକାର ହେବ ଏହାର ଉତ୍ତର କାହା ପାଖରେ ନାହିଁ ।