ଗଭୀର ସମୁଦ୍ରରେ ଆଖିବୁଜା ମିଶାଇଲ ମାଡ । ଭୟଙ୍କର ମିଶାଇଲ ମାଡ କରିଛି ଉତ୍ତର କୋରିଆ । ଫଳରେ ଦକ୍ଷିଣ କୋରିଆରେ ହାଇ ଆଲର୍ଟ ଜାରି ହୋଇଛି । ଆଜି ଉତ୍ତର କୋରିଆ ୩ଟି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ଦକ୍ଷିଣ କୋରିଆ ତା’ର ପୂର୍ବ ତଟବର୍ତ୍ତୀ ଛଲଙ୍ଗଡୋ ଦ୍ୱୀପବାସୀଙ୍କୁ ବଙ୍କର୍ ଭିତରକୁ ଚାଲିଯିବାକୁ କହିଛି । ସୂଚନା ଅନୁସାରେ, ଉତ୍ତର କୋରିଆ ମାଡ କରିଥିବା ମିଶାଇଲ ସମୁଦ୍ରରେ ପଡିବା ପୂର୍ବରୁ ବିମାନ ଆକ୍ରମଣ ସତର୍କସୂଚନା ଭାବେ ନିକଟବର୍ତ୍ତୀ ଭୂତଳ ଆଶ୍ରୟସ୍ଥଳ ବା ‘ବଙ୍କର୍’ ମଧ୍ୟକୁ ଚାଲିଯିବା ପାଇଁ ଜାତୀୟ ଟେଲିଭିଜନ୍ ଜରିଆରେ ଅଞ୍ଚଳବାସୀଙ୍କୁ କୁହାଯାଇଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ