ଧୀରେଧୀରେ ଦୁନିଆରେ ଉନ୍ନତ ମାନର ଜ୍ଞାନକୌଶଳର ଉଦାହରଣ ଦେଖିବାକୁ ମିଳୁଛି । ଟେକ୍ନୋଲୋଜିର ବ୍ୟବହାର କରି ଏଭଳି ନୂତନ ସାମଗ୍ରୀର ଉଦ୍ଭାବନ ହେଉଛି, ଯାହା ବେଶ୍ ଉନ୍ନତ ଧରଣର । ସେହି ତାଲିକାରେ ଆଉ ଏକ ଭଦ୍ଭାବନକୁ ଭାରତୀୟ ସେନା ସାମିଲ କରିଛି । ପ୍ରଥମଥର ପାଇଁ ଭାରତୀୟ ସେନା ପ୍ରସ୍ତୁତ କରିଛି ଥ୍ରିଡି ପ୍ରିଣ୍ଟି ହାଉସ୍ । ସେନା ପକ୍ଷରୁ ଏହାକୁ ଗୁଜୁରାଟରେ ନିର୍ମାଣ କରାଯାଇଛି । ସେନାର ମିଲିଟାରି ଇଞ୍ଜିନିୟରିଂ ସର୍ଭିସ୍କୁ ଏହି ଘର ନିର୍ମାଣ କରିବାକୁ ଚାରି ସପ୍ତାହ ସମୟ ଲାଗିଥିଲା । ଚାରି ସପ୍ତାହରେ ସେମାନେ ଦୁଇଟି ଘର ନିର୍ମାଣ କରିଛନ୍ତି । ଏନେଇ ଏକ ଭିଡିଓ ଜାରି କରାଯାଇଛି । ପ୍ରଥମେ ଘରଟିର ମୂଳଦୁଆକୁ ନିର୍ମାଣ କରାଯାଇଥିଲା,ପରେ ଥ୍ରିଡିପ୍ରିଣ୍ଟ୍ ବ୍ୟବହାର କରି ଘରଗୁଡିକର କାନ୍ଥ ନିର୍ମାଣ କରାଯାଇଥିଲା । ଏହାପରେ ସମସ୍ତ ସାମଗ୍ରୀକୁ ଏକାଠି କରାଯାଇ ଘରଟିକୁ ନିର୍ମାଣ କରାଯାଇଛି । ଭିଡିଓରେ ଘରଟିର ଭିତରଦୃଶ୍ୟ ମଧ୍ୟ ଚିତ୍ରଣ କରାଯାଇଛି । ଭିଡିଓଟି ବର୍ତ୍ତମାନ ବେଶ୍ ଭାଇରାଲ ହେଉଛି ।
“The eyes believe themselves, the ears believe other people.”
More Stories
ବ୍ରୋକଲି ଓ ଶାଗର କମ୍ବିନେସନ୍ ଦୂରାଏ ହୃଦରୋଗ ଆଶଙ୍କା
ନାଭିରେ ପ୍ରତିଦିନ ଲଗାନ୍ତୁ ମହୁ, ରହିବନି ଏହି ସବୁ ସମସ୍ୟା
ପିଲାଙ୍କ ଠାରେ ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସାବଧାନ