ଥାଇରଏଡ୍ ଆଜିକାଲି ସମୟ ପାଇଁ ଏକ ସାଧାରଣ ରୋଗ। ଏହି ସମସ୍ୟା ଥିଲେ ଧୀରେ ଧୀରେ ଅନ୍ୟ ସମସ୍ୟା ସବୁ ମଧ୍ୟ ଉପୁଜିପାରେ। ଯଦି ଆପଣଙ୍କୁ ବାରମ୍ବାର ଥକାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟା ଅନୁଭବ ହେଉଛି ତେବେ ଆପଣଙ୍କର ଥାଇରଏଡ୍ ଥାଇପାରେ। ଏନେଇ ସତର୍କ ହେବା ସହ ଡାକ୍ତରଙ୍କୁ ପରାମର୍ଶ କରାନ୍ତୁ। ଯଦି ଆପଣଙ୍କର ଥାଇରଏଡ ଥିବା ସ୍ପଷ୍ଟ ହୁଏ ତେବେ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହିଁ ଏହି ରୋଗରୁ ମୁକ୍ତି ମିଳିପାରିବ।
ଥାଇରଏଡ୍ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ ନିୟମିତ ବିଟ୍ ଓ ଗାଜର ଖାଆନ୍ତୁ। ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍ ଏବଂ ବିଟରେ କେରୋଟିନ୍ ତତ୍ତ୍ୱ ଥାଏ, ଯାହା ଥାଇରଏଡ୍କୁ ନିୟନ୍ତ୍ରିତ କରିଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଏ ଗାଜର ଓ ବିଟ୍ ଖାଇଲେ ଥାଇରଏଡ୍ରୁ ମୁକ୍ତି ମିଳିବ। ଏଥିରେ ଆଇରନ୍ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍ ପାଇଁ ଏହା ବହୁତ ଭଲ ହୋଇଥାଏ। ଯଦି ଆପଣ ୨୦ ଦିନ ଲଗାତାର ଗାଜର ଓ ବିଟ୍ ଖାଇବେ ତେବେ ଆପଣଙ୍କ ଥାଇରଏଡ୍ ସମସ୍ୟା ଦୂର ହେବ।
ସେହିଭଳି ସେଓ ଖାଇ ବି ଥାଇରଏଡରୁ ମୁକ୍ତି ମିଳିପାରିବ। ସେଓରେ ପେକ୍ଟିନ୍ ଏବଂ ଫାଇବର୍ ଥାଏ, ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ। ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥାଇରଏଡ୍ ହରମୋନ୍ ନିୟନ୍ତ୍ରିତ ହୋଇଥାଏ।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି